‘ଅଗ୍ନିପଥ’କୁ ବିରୋଧ କାହିଁକି ? ଜାଣନ୍ତି କି ବିରୋଧ ନାଟକର ଅନ୍ତରାଳେ କ’ଣ ଅଛି?

2 views
Skip to first unread message

BIMAL PRASAD

unread,
Jun 17, 2022, 4:35:18 AM6/17/22
to Soochana Adhikar Network, kbkroundtable
୧. ୧୭ ବର୍ଷ ବୟସରେ ପଥଭ୍ରଷ୍ଟ ହେବାର ଯଥେଷ୍ଟ ସୁଯୋଗ ଓ କାରଣ ଥାଏ। ଆର୍ଥିକ ଦୁରବସ୍ଥା ଭୁଲ୍‌ ରାସ୍ତାକୁ ନେଇଥାଏ। ଏ ସମୟରେ ଆର୍ମିରେ ଯୋଗ ଦେଲେ ମଦ ପିଇ ଠିକାଦାର ଓ କୁଜିନେତାଙ୍କ ପଛରେ ବୁଲିବ କିଏ? ନେତାଙ୍କ ଶୋଭାଯାତ୍ରାରେ ପତାକା ଧରିବ କିଏ? ସେଥିପାଇଁ ବିରୋଧ।

୨. ୨୨ବର୍ଷ ବୟସରେ ଚାକିରିରୁ ବିରତି ନେବା ବେଳେ ହାତରେ ଥିବ ୧୨ ଲକ୍ଷ ଟଙ୍କାର ପାଣ୍ଠି ଏବଂ ନିଜ ସାଧ୍ୟମୁତାବକ ଯୋଗ୍ୟତାପତ୍ର। ଏମାନଙ୍କ ସଂଖ୍ୟା ବଢ଼ିଗଲେ, କିଛି ଟଙ୍କା ନେଇ ଭୋଟ୍‌ ଦେବ କିଏ? ଏଥିରେ ଅସୁବିଧା ହେଉଛି କାହାକୁ?

୩. ପ୍ରତି ଚାରି ବର୍ଷରେ ୭୫% ବିରତି ନେବେ। ସେମାନଙ୍କ ଜାଗାରେ ନୂଆ ତରୁଣ ଯୋଗ ଦେବେ। ପୁଣି ସେମାନଙ୍କ ମଧ୍ୟରୁ ୭୫% ବିରତି ନେବେ। ବିରତି ନେଉଥିବା ଲୋକେ ବିଭିନ୍ନ ଚାକିରି କରିବେ, ସାଧାରଣଲୋକଙ୍କ ସହ ଜୀବନ ବଞ୍ଚିବେ। Once a soldier, always a soldier. ଏ ପ୍ରକାର ଲୋକଙ୍କ ସଂଖ୍ୟା ବଢ଼ିଗଲେ ଅସୁବିଧା କାହାକୁ? କିଛି ଲୋକଙ୍କ ଯୁକ୍ତି ଚାକିରି କରିବା ବୟସରେ ଏମାନେ ଅବସର ନେବେ। ଅସୁବିଧା କେଉଁଠି? ଚାକିରି ସାଙ୍ଗକୁ ପାଠପଢା ଦକ୍ଷତା ବି ଥିବ ଆଉ ଅଭିଜ୍ଞତା ବି। କିଛି ଘରୋଇ ଉଦ୍ୟୋଗ ଚାକିରିରେ ଏମାନଙ୍କୁ ଅଗ୍ରାଧିକାର ଦେବେ।

୪. ଚାଇନା, ପାକିସ୍ତାନ ପରି ବିଦେଶୀ ଶକ୍ତି ସହ ଯୁଦ୍ଧ ବେଳେ ତାଲିମପ୍ରାପ୍ତ ମାନବସମ୍ବଳ ଆମ ପାଖରେ ଥିଲେ ଅସୁବିଧା କାହାକୁ ହେବ?

୫. ଗୃହଯୁଦ୍ଧ ବା ଦଙ୍ଗାବେଳେ ଏତେ ତାଲିମପ୍ରାପ୍ତ, ଦେଶପାଇଁ ସମର୍ପିତ ଏକ୍ସ-ଆର୍ମି ଯଦି ଦେଶ ଭିତରେ ଉପସ୍ଥିତ ରହିବେ, ତେବେ ଅସୁବିଧା କାହାକୁ ହେବ?

୬. ଯେଉଁ ୨୫ ଭାଗ ଆର୍ମିରେ ଯୋଗ ଦେବେ, ସେମାନେ ନିଯୁକ୍ତି ପାଇବେ। ଅସୁବିଧା କେଉଁଠି?

୭. ଆପଣଙ୍କ ଅଞ୍ଚଳରେ ଏକ୍ସ-ଆର୍ମି ସଂଖ୍ୟା ବଢ଼଼ିଗଲେ ମୁଷ୍ଟିମେୟଙ୍କ ଗୁଣ୍ଡାଗିରି ବଢ଼ିବ ନା କମିବ? କମିଲେ ଅସୁବିଧା କାହାକୁ ହେବ?

୮. ସବୁଠୁ ଅଧିକ କେଉଁ ଧର୍ମର ଲୋକେ ଆର୍ମି ତାଲିମ ପାଇବେ? ସେଥିରେ ବିପଦ କାହାକୁ?

 ୯. ଉତ୍ତରପ୍ରଦେଶ ପରି ସବୁ ରାଜ୍ୟର ପୁଲିସରେ ଯଦି ଏମାନଙ୍କୁ ଅଗ୍ରାଧିକାର ମିଳେ? ଆସାମ ରାଇଫଲ୍, CAPF ପରି ସଂଗଠନରେ ଅଗ୍ରାଧିକାର ମିଳିଲେ କେତେ ବଡ଼ ପରିବର୍ତ୍ତନ ନହେବ ସତେ?

୧୦. ଦେଶଭକ୍ତଙ୍କ ସଂଖ୍ୟା ବଢ଼ିଗଲେ ଅସୁବିଧା କାହାକୁ ହେବ?

ବିରୋଧ କରୁଥିବା କଂଗ୍ରେସ, ବାମପନ୍ଥୀ ଇକୋସିଷ୍ଟମ, ଦେଶଦ୍ରୋହୀଙ୍କ ଛଦ୍ମ ମୁଖାକୁ ଚିହ୍ନନ୍ତୁ। ଯେଉଁମାନେ ଏ ଇମେଲ ପଢ଼ିବେ, ସେମାନଙ୍କ ସଂଖ୍ୟା ଏ ଦେଶର ଜନସଂଖ୍ୟା ତୁଳନାରେ ବେଶ୍‌ ନଗଣ୍ୟ। ଠିକାଦାର ଓ ଭଡ଼ାଟିଆମାନଙ୍କ ଦ୍ୱାରା ଚାଲୁଥିବା ଦେଶର ବ୍ୟବସ୍ଥାଗୁଡ଼ିକୁ କ’ଣ ସେମିତି ଚଳାଇ ରଖିବା? କି କିଛି ସଂସ୍କାର ଆଣିବା? ବିଚାର ଆପଣଙ୍କର...

ଆପଣଙ୍କର ବିଶ୍ୱାସୀ

ବିମଳ ପ୍ରସାଦ, ଭୁବନେଶ୍ଵର, ଓଡ଼ିଶା, ଭାରତ
Bimal Prasad, Bhubaneswar, Odisha, Bharat
ବ୍ଲଗ୍‌ସମୂହ: odiapila.blogspot.combharatbasi.blogspot.com
ଟୁଇଟର: @bimalodisha
ଭ୍ରାମ୍ୟଭାଷ: +91 9778995882
-----------------------------------------------------------------------------------------
Windows XP is obsolete since 8 April 2014 and Windows 7 support ended since 14 January 2020. You should have a latest OS to achieve your computer needs.
Reply all
Reply to author
Forward
0 new messages